Loading...

299 Big Street, Govindpur, India

Open daily 10:00 AM to 10:00 PM

Mayura Janichhi Your Astrology Guru Lyrics In Odia Font

Babul Supriyo

Table of Contents

Your Astrology Guru Lyrics

ମୟୂର ଜାଣିଛି ଶ୍ରାବଣ ଠିକଣା
ଚକୋର ଜାଣିଛି ଚାନ୍ଦର ଠିକଣା

Mayura Janichhi Your Astrology Guru Lyrics In Odia Language

ମୟୂର ଜାଣିଛି ଶ୍ରାବଣ ଠିକଣା
ଚକୋର ଜାଣିଛି ଚାନ୍ଦର ଠିକଣା
ମୟୂର ଜାଣିଛି ଶ୍ରାବଣ ଠିକଣା
ଚକୋର ଜାଣିଛି ଚାନ୍ଦର ଠିକଣା
ହେଲେ ଆଜି ଯାଏ ଜାଣି ପାରିଲିନି
ହୁଁ ହେଲେ ଆଜି ଯାଏ ଜାଣି ପାରିଲିନି
ତୋ ହୃଦୟରେ ମୁଁ ଜଣା କି ଅଜଣା
ମୟୂର ଜାଣିଛି ଶ୍ରାବଣ ଠିକଣା
ଚକୋର ଜାଣିଛି ଚାନ୍ଦର ଠିକଣା



ତୋ ମନ ଅଦିନିଆ ଋତୁ ବାରମାସୀ
କେବେ କେବେ ମତେ ସିଏ ଛୁଇଁଯାଏ ଆସି
ହେ ଭାବେ କେବେ ମନ କଥା କହିଦେବି ହସି
ଡର ଲାଗେ ଜହ୍ନ ପରି ଯିବୁ କାଳେ ରୁଷି
ଏ ଆଖି ଜାଣିଛି ନିଦର ଠିକଣା
ନିଦ ବି ଜାଣିଛି ସପନ ଠିକଣା
ହେଲେ ଆଜି ଯାଏ ଜାଣି ପାରିଲିନି
ହୁଁ ହେଲେ ଆଜି ଯାଏ ଜାଣି ପାରିଲିନି
କେବେ ଏଇ ଦୁଇ ମନ ହେବ ବିକା କିଣା
ମୟୂର ଜାଣିଛି ଶ୍ରାବଣ ଠିକଣା
ଚକୋର ଜାଣିଛି ଚାନ୍ଦର ଠିକଣା



ଖୋଜିଲେ ତ ମିଳିଯାଏ ସୁନା ରୂପା ଧନ
ହେଲେ ମିଳେ ନାହିଁ ଗୋଟେ ମନ ଲାଖି ମନ
ହେ ଆସିବ ଜୀବନେ କେବେ ମଧୁ ଝରା ଦିନ
ମୋ ମନରେ ଯୋଡି ଦେବୁ ତୋ କୁଆଁରି ମନ
ଭଅଁର ଜାଣିଛି ଫୁଲର ଠିକଣା
ସାଗର ଜାଣିଛି ନଦୀର ଠିକଣା
ହେଲେ ଆଜି ଯାଏ ଜାଣି ପାରିଲିନି
ହେଲେ ଆଜି ଯାଏ ଜାଣି ପାରିଲିନି
କେବେ ହେବ ତୋର ମୋର ପ୍ରେମ ବୁଝାବଣା
ମୟୂର ଜାଣିଛି ଶ୍ରାବଣ ଠିକଣା
ଚକୋର ଜାଣିଛି ଚାନ୍ଦର ଠିକଣା
ହେଲେ ଆଜି ଯାଏ ହୁଁ ଜାଣି ପାରିଲିନି
ହେଲେ ଆଜି ଯାଏ ଜାଣି ପାରିଲିନି
ତୋ ହୃଦୟରେ ମୁଁ ଜଣା କି ଅଜଣା

Mayura Janichhi Srabana Thikana Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00