Table of Contents
Your Astrology Guru Lyrics
ତୋ ବିନା ମୋ କାହାଣୀ ଅଧା
To Bina Mo Kahani Adha Your Astrology Guru Lyrics In Odia Language
ହେ ହେ ହେ ହେ ଲା ଲା ଲା ଲା
ଝିଅ
ହେ ହେ ହେ ହେ ଲା ଲା ଲା ଲା
ପୁଅ
ସବୁଠୁ ଅଲଗା ଆମ ପ୍ରେମ କାହାଣୀ
କାହାଣୀରେ ମୁଁ ରାଜା ତୁ ମୋର ରାଣୀ
ଝିଅ
ସବୁଠୁ ଅଲଗା ଆମ ପ୍ରେମ କାହାଣୀ
କାହାଣୀରେ ତୁ ରାଜା ମୁଁ ତୋର ରାଣୀ
ପୁଅ
ହୋ ତୁ ଥିଲେ ମୁଁ ଅଛି ତୁ ନଥିଲେ ନାହିଁ
ତୁ ଏକା ମୋ ପାଇଁ ମୁଁ ତୋ ପାଇଁ
ସରଗରୁ ଏ ବନ୍ଧନ ହେଇଚି ବନ୍ଧା
ଝିଅ
ତୋ ବିନା ମୋ କାହାଣୀ ଅଧା
ତୋ ବିନା ମୋ କାହାଣୀ ଅଧା
ଝିଅ
ଅଧା ଥିଲା କାଲି ଆଖିର ସପନ
ପୁରା ହେଇ ଗଲା ଆଜି
ପୁଅ
ସପନରେ ମୋର ଆସିଲୁ ତୁ ଧୀରେ
ସାଧବ ବହୁଟେ ସାଜି
ହେ ହେ ହେ ହେ ଲା ଲା ଲା ଲା
ଝିଅ
ହୁଁ ହୁଁ ହୁଁ ହୁଁ
ଅଧା ଫୁଟି ଗଲା ବଗିଚାରେ କଢି
ଆଜି ହେଇଗଲା ଫୁଲ
ପୁଅ
ସେ ଫୁଲ ମହକ କଲା ଯେ କୁହୁକ
ଫଗୁଣ ପାଇଲା ଭଲ
ଝିଅ
ହୋ ଫଗୁଣକୁ ଭୁଲି କେବେ ଫୁଲ ଫୁଟେ ନାହିଁ
ତୁ ହେଲେ ମୋ ଦେହ ମୁଁ ତୋର ଛାଇ
ତୋ ହାତ ଧରି ବାଟ ଚାଲିବି ସିଧା
ପୁଅ
ତୋ ବିନା ମୋ କାହାଣୀ ଅଧା
ତୋ ବିନା ମୋ କାହାଣୀ ଅଧା
ଝିଅ
ଲା ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା ଲା ଲା
ହୋ ହୋ ହୋ ଆହା ହା ହା ହା
ପୁଅ
ହେ ହେ ହେ
ପୁଅ
ଠିକଣାଟେ ହେଇ ଆସିଲୁ ଜୀବନେ
ଚାଲୁ ଚାଲୁ ଏଇ ବାଟ
ଝିଅ
ବାଟ ସାରା ଆଜି ଅନେକ ରଙ୍ଗର
ବସିଚି ଫୁଲର ହାଟ
ହେ ହେ ହେ ହେ ଲା ଲା ଲା ଲା
ପୁଅ
ହୋ ସବୁ ରଙ୍ଗ ଆଜି ତୋ ସିନ୍ଦୁର ପରି
ଲାଗେ ମତେ ନାଲି ନାଲି
ଝିଅ
ନାଲି ସିନ୍ଦୁରରେ ଭରି ଦେଲୁ ଆସି
ସିନଥି ମୋର ଥିଲା ଖାଲି
ପୁଅ
ହୋ ତୋ ସିନଥିରେ ରହିଥିବି ସିନ୍ଦୁର ମୁଁ ହେଇ
ମୋ ହାତରେ ରହିବୁ ତୁ ଭାଗ୍ୟ ରେଖା ହେଇ
ତୋ ଭାଗ୍ୟରେ ମୋ ଭାଗ୍ୟ ହେଇଚି ଛନ୍ଦା
ଝିଅ
ତୋ ବିନା ମୋ କାହାଣୀ ଅଧା
ପୁଅ
ହୋ ତୋ ବିନା ମୋ କାହାଣୀ ଅଧା
ଝିଅ
ତୋ ବିନା ମୋ କାହାଣୀ ଅଧା
ପୁଅ
ତୋ ବିନା ମୋ କାହାଣୀ ଅଧା
To Bina Mo Kahani Adha Your Astrology Guru Lyrics In Odia Font
Thank You