Table of Contents
Your Astrology Guru Lyrics
ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ
Tu Janharu Anichu Josna Your Astrology Guru Lyrics In Odia Language
ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ
ତୁ ରାତିଠୁ ଆଣିଚୁ କଳା ତୋ କେଶ ପାଇଁ
ତୁ ମୋତିଠୁ ଆଣିଚୁ ରଙ୍ଗ ତୋ ହସ ପାଇଁ
ତୁ ନଦୀଠାରୁ ନେଲୁ ମନ
ଭଲ ପାଇବାକୁ ରାତି ଦିନ
ତୁ ନଦୀ ଠାରୁ ନେଲୁ ମନ
ଭଲ ପାଇବାକୁ ରାତି ଦିନ
ମୋ ପ୍ରେମିକା ହେଇ
ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ
ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ
ତୋ ଆଖି ତଳେ ହୋ…ସଞ୍ଜ ସକାଳେ
ଲହଡି ମାରେ ନୀଳ ଦରିଆ
ତୋ ଓଠ ତଳେ ହୋ…ସଜା ହେଇଚି
ରକ୍ତ ଗୋଲାପୀ ରଙ୍ଗ ଫରୁଆ
ତୋ ଆଖି ତଳେ ହୋ…ସଞ୍ଜ ସକାଳେ
ଲହଡି ମାରେ ନୀଳ ଦରିଆ
ତୋ ଓଠ ତଳେ ହୋ…ସଜା ହେଇଚି
ରକ୍ତ ଗୋଲାପୀ ରଙ୍ଗ ଫରୁଆ
ତୁ ମୟୂରୀଠୁ ନେଲୁ ମାନ
ମତେ କରିବାକୁ ଅଭିମାନ
ତୁ ମୟୂରୀଠୁ ନେଲୁ ମନ
ମତେ କରିବାକୁ ଅଭିମାନ
ଅଭିମାନିନୀ ହେଇ
ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ
ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ
ତୁ ଚାଲି ଗଲେ ହୋ…ଯିଏ ଦେଖଇ
କବି ନ ହେଇ ଲେଖେ କବିତା
ତୁ ଛୁଇଁ ଦେଲେ ହୋ…ଶାମୁକା କହେ
ଦେଖ ମୋ ଦେହେ ଅଛି ମୁକୁତା
ତୁ ଚାଲି ଗଲେ ହୋ…ଯିଏ ଦେଖଇ
କବି ନ ହେଇ ଲେଖେ କବିତା
ତୁ ଛୁଇଁ ଦେଲେ ହୋ…ଶାମୁକା କହେ
ଦେଖ ମୋ ଦେହେ ଅଛି ମୁକୁତା
ତୁ କୋଇଲିଠୁ ନେଲୁ ଗୀତ
ମତେ ଡାକିବାକୁ ଆ ମିତ
ତୁ କୋଇଲି ଠୁ ନେଲୁ ଗୀତ
ମତେ ଡାକିବାକୁ ଆ ମିତ
ମୋ ମିତଣି ହେଇ
ତୁ ଜହ୍ନରୁ ଆଣିଚୁ ଜୋସ୍ନା ତୋ ମୁହଁ ପାଇଁ
ତୁ ଫୁଲରୁ ଆଣିଚୁ ବାସ୍ନା ତୋ ଦେହ ପାଇଁ
ତୁ ନଦୀଠାରୁ ନେଲୁ ମନ
ଭଲ ପାଇବାକୁ ରାତି ଦିନ
ତୁ ନଦୀଠାରୁ ନେଲୁ ମନ
ଭଲ ପାଇବାକୁ ରାତି ଦିନ
ମୋ ପ୍ରେମିକା ହେଇ
Tu Janharu Anichu Josna Your Astrology Guru Lyrics In Odia Font
Thank You