Loading...

299 Big Street, Govindpur, India

Open daily 10:00 AM to 10:00 PM

ବୈବାହିକ ଜୀବନରେ ସୁଖରେ ରହିବା ପାଇଁ କରନ୍ତୁ ଏହି ୧୪ ଟି ଉପାୟ- Vastu Tips

ବିବାହ ଏକ ପବିତ୍ର ବନ୍ଧନ, ଯାହାକୁ ନେଇ ଏ ସଂସାର ନିର୍ମିତ । ବିବାହ ପୂର୍ବରୁ ସମସ୍ତ ପୁଅ ଓ ଝିଅ ମାନେ ନିଜ ନିଜ ଜୀବନସାଥୀଙ୍କୁ ନେଇ ବହୁତ ସ୍ଵପ୍ନ ଦେଖି ଥାନ୍ତି । କିନ୍ତୁ ବିବାହ ପରେ ଜୀବନସାଥୀ ଯଦି ଭଲ ନୁହେଁ ତ ଦାମ୍ପତ୍ୟ ଜୀବନ ବହୁତ ଦୁଃଖ କଷ୍ଟର ବିତେ । ତେବେ ଆଜିକାଲି ଏଭଳି ବହୁତ ଯୋଡି ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ଅବସ୍ଥାରେ ଗତି କରୁଛି  । ଯଦି ସେହିଭଳି ଆପଣ ମଧ୍ୟ ନିଜ ବୈବାହିକ ଜୀବନରେ ଖୁସି ନାହାନ୍ତି ତେବେ ଏହି ଉପାୟ ସବୁ କରିକି ଦେଖନ୍ତୁ ନିଶ୍ଚିତ ଆପଣ ଫରକ ଜାଣି ପାରିବେ ।

ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ୧୪ ଟି କାର୍ଯ୍ୟ କରିବା ଉଚିତ୍, ଅଙ୍କଶାସ୍ତ୍ର ଅନୁଯାୟୀ, ସୁଖୀ ବୈବାହିକ ଜୀବନ କିମ୍ବା ବିବାହ ପାଇଁ ଏହି ଟିପ୍ସ ଅନୁସରଣ କରନ୍ତୁ ।

• ଘରେ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ।

• ରବିବାରରେ କଳା କିମ୍ବା ଚକୋଲେଟ୍ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।

• ଆପଣଙ୍କ ହାତ ପାପୁଲିରେ ଶୁକ୍ରବାର ଦିନ ନୀଳ ରଙ୍ଗର ଶ୍ୟାହି ବା ଇଙ୍କ୍ ରେ ୨୪ କିମ୍ବା ୧, ୨, ୩, ୫, ୬, ୭ ସିରିଜ୍ ନମ୍ବର ଲେଖନ୍ତୁ ।

• କଳା ରଙ୍ଗର ଶ୍ୟାହି ବା ଇଙ୍କ୍ କଲମ ବ୍ୟବହାର କରନ୍ତୁ ନାହିଁ ।

• ଶନିବାର ଦିନ ନୀଳ ଓ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ।

• ତୁମର ଦସ୍ତଖତକୁ ସୁନ୍ଦର କରନ୍ତୁ । ତୁମର ପିତା ଓ ସ୍ୱାମୀଙ୍କ ପ୍ରଥମ ଅକ୍ଷରକୁ ତୁମର ନାମ ବା ଉପନାମ ମଝିରେ ଲେଖନ୍ତୁ ।

• ଉନ୍ନତ ସ୍ୱାସ୍ଥ୍ୟ ଓ ଫିଟନେସ୍ ପାଇଁ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

• ଏକ ମାସ ପାଇଁ କୂଅ ପାଣି ରେ ୭ଥର ସ୍ନାନ କରନ୍ତୁ ।

• ଗୋଟିଏ ମାସରେ ୭ ଟି ଗଛ ଲଗାନ୍ତୁ ।

• ମାସରେ ୭ ଥର ଶିବ ମନ୍ଦିରକୁ ଧଳା କିମ୍ବା ଗୋଲାପୀ ଫୁଲ ନେଇ ଯାଆନ୍ତୁ । ମନ୍ଦିର ପ୍ରାତଃ ସମୟ ୪ ଟାରୁ ୫ଟା ମଧ୍ୟରେ ଯିବା ଦରକାର ।

• ନିଜର ଜନ୍ମ ତାରିଖ ବା ତିଥିର ସଂଖ୍ୟାଅନୁଯାୟୀ ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

• ଆପଣଙ୍କ ସାଥୀଙ୍କ ନାମର ଅକ୍ଷରକୁ ସଜାଡି ଲେଖନ୍ତୁ ।

• ପରିଷ୍କାର ସ୍ୱଚ୍ଛ କଳା, ନୀଳ, ଧଳା ରଙ୍ଗର ଚପଲ ବା ଜୋତା ପିନ୍ଧନ୍ତୁ |

• ଆପଣଙ୍କ ଆଲମାରୀରେ ପୋଷାକ ଓ ଅନ୍ୟ ସମସ୍ତ ସାମଗ୍ରୀକୁ ଉପଯୁକ୍ତ ସ୍ଥାନରେ ରଖନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Comment

Item added to cart.
0 items - 0.00