Loading...

299 Big Street, Govindpur, India

Open daily 10:00 AM to 10:00 PM

Fagunare Faguna Your Astrology Guru Lyrics In Odia Font

Your Astrology Guru Lyrics

ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର


Fagunare Faguna Your Astrology Guru Lyrics In Odia Language

ପୁଅ
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର
ଗଭାରେ ଗଜରା ହାର କାନେ ଫୁଲ ଝୁମୁକା
ଫୁଲ ପିନ୍ଧି ପ୍ରିୟା ମୋର ଲାଗୁ ଫୁଲ ପରିକା
ଫୁଲ ପରି ମହକିବ ଏ ଜୀବନ ଆମର
ଲାଗେ ଡର କାଳେ କାର ଲାଗିଯିବ ନଜର
ଝିଅ
ଫଗୁଣରେ ଫଗୁଣ ଦେଇ ଗାରେ ସିନ୍ଦୁର
ଜନମ ଜନମ ପାଇଁ କଲା ମତେ ନିଜର
ପୁନେଇର ଜହ୍ନ ସାଜି ଓଢଣାରେ ହସିବି
ତୋ ଫୁଲ ଗହଣା ପିନ୍ଧି ମନ ତାର ତୋସିବି
ବଞ୍ଚିଥିବି ଯେତେ ଦିନ ମୁଁ ଏକା ତୁମର
ମୁଯେ ତୁମ ପୂଜାରିଣୀ ତମେ ଦେବତା ମୋର
ପୁଅ
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
ଝିଅ
ଜନମ ଜନମ ପାଇଁ କଲ ମତେ ନିଜର



ପୁଅ
ଶ୍ରାବଣ ତୁ ଦେ ମତେ ତୋର ମେଘ ପାଲିଙ୍କି
ପାଲିଙ୍କି ଚଢି ମୁଁ ଯିବି ଝୁଲି ଝୁଲିକି
ଝିଅ
ପବନ ତୁ ସୁରେ ସୁରେ ବଜେଇ ଦେ ମହୁରୀ
କୋଇଲି ପକା ଲୋ ଶୁଭ ହୁଳହୁଳି
ପୁଅ
କନିଆ ମେଲାଣି ନବ ଯିବ ଶାଶୁ ଘର
ନାହିଁ ବେଦି ହୋମ ନିଆଁ ସାକ୍ଷୀ ଏଇ ସିନ୍ଦୁର
ପୁଅ-ଓ-ଝିଅ
ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର
ପୁଅ
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
ଝିଅ
ଜନମ ଜନମ ପାଇଁ କଲ ମତେ ନିଜର



ଝିଅ
ଇନ୍ଦ୍ରଧନୁ ଭରିଦେ ତୋ ସାତ ରଙ୍ଗ ମନରେ
ସାଜିଛି କଜଳ ସାଥି ମୋର ଆଖିରେ
ପୁଅ
ହୋ ଲାଗିଯିବ ମାଟି କାଳେ ମୋ ପ୍ରିୟାର ପାଦରେ
ଫୁଲ ତୋ ଗାଲିଚା ବିଛେଇ ଦେ ବାଟରେ
ଝିଅ
ଝରଣା ତୁ ପାଦେ ମୋର ବାନ୍ଧିଦେ ରେ ଘୁଙ୍ଗୁର
ସାଥି ପାଇଁ ନାଚିବି ମୁଁ ଦିନ ରାତି ଏଥର
ପୁଅ-ଓ-ଝିଅ
ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର
ପୁଅ
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
ଝିଅ
ଜନମ ଜନମ ପାଇଁ କଲ ମତେ ନିଜର

Fagunare Faguna Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00