Table of Contents
Your Astrology Guru Lyrics
Chaligala Tame Your Astrology Guru Lyrics In Odia Language
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ତମେ ପରଦେଶୀ ଚଢେଇଟେ ବୋଲି
ତମେ ପରଦେଶୀ ଚଢେଇଟେ ବୋଲି ଉଡ଼ିଗଲ
ଉଡ଼ିଗଲା ପରେ ବସା ଘର କଥା ଭୁଲିଗଲ
ହଁ ଭୁଲିଗଲ
ଆଜିବି ବାଲିରେ ଘରଟିଏ ତୋଳି
ଲେଖିଦିଏ ତୁମ ନାଁ
ଆଜିବି ନଈରେ ଡ଼ଙ୍ଗା ପାରି ହେଲେ
ପଚାରୁଚି ନାଉରିଆ
ଆଜିବି ବାଲିରେ ଘରଟିଏ ତୋଳି
ଲେଖିଦିଏ ତୁମ ନାଁ
ଆଜିବି ନଈରେ ଡ଼ଙ୍ଗା ପାରି ହେଲେ
ପଚାରୁଚି ନାଉରିଆ
ବେଗି ଫେରିବାକୁ ରାଣ ଦେଇ ପରା
ବେଗି ଫେରିବାକୁ ରାଣ ଦେଇ ପରା କହିଥିଲ
ଚାଲିଗଲା ପରେ ଠିକଣାକୁ ମୋର ଭୁଲିଗଲ
ହଁ ଭୁଲିଗଲ
ମହମବତୀର ଆଲୁଅରେ ବସି
ଲେଖୁଥାଏ ସିନା ଚିଠି
ଗହନ ରାତିର ଘନ ଅନ୍ଧାରରେ
ଧିରେ ଧିରେ ଜଳେ ଛାତି
ହୋ ମହମବତୀର ଆଲୁଅରେ ବସି
ଲେଖୁଥାଏ ସିନା ଚିଠି
ଗହନ ରାତିର ଘନ ଅନ୍ଧାରରେ
ଧିରେ ଧିରେ ଜଳେ ଛାତି
କେଉଁ ପୁନେଇଁର ଜୋଛନାରେ ତମେ
କେଉଁ ପୁନେଇଁର ଜୋଛନାରେ ତମେ ଭିଜିଗଲ
ଭିଜିଗଲା ପରେ କାହା ଅଗଣାରେ ଲୁଚିଗଲ
ହଁ ଲୁଚିଗଲ
ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ତମେ ପରଦେଶୀ ଚଢେଇଟେ ବୋଲି
ତମେ ପରଦେଶୀ ଚଢେଇଟେ ବୋଲି ଉଡ଼ିଗଲ
ଉଡ଼ିଗଲା ପରେ ବସା ଘର କଥା ଭୁଲିଗଲ
ହଁ ଭୁଲିଗଲ
Chaligala Tame Your Astrology Guru Lyrics In Odia Font
Thank You