Loading...

299 Big Street, Govindpur, India

Open daily 10:00 AM to 10:00 PM

Jahaku Pachara Sie Ta Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଯାହାକୁ ପଚାର ସିଏ ତ କହିବ

ସୁନା ସୁନ୍ଦର କି ହୀରା ସୁନ୍ଦର

Jahaku Pachara Sie Ta Kahiba Your Astrology Guru Lyrics In Odia Language

ଯାହାକୁ ପଚାର ସିଏ ତ କହିବ

ଯାହାକୁ ପଚାର ସିଏ ତ କହିବ
ସୁନା ସୁନ୍ଦର କି ହୀରା ସୁନ୍ଦର
ଜାଣିଛୁ ଯଦି ତୁ କହରେ କାଳିଆ
ଜାଣିଛୁ ଯଦି ତୁ କହରେ କାଳିଆ
ରାଧା ସୁନ୍ଦର କି ମୀରା ସୁନ୍ଦର
ରାଧା ସୁନ୍ଦର କି ମୀରା ସୁନ୍ଦର
ଯାହାକୁ ପଚାର ସିଏ ତ କହିବ
ଯାହାକୁ ପଚାର ସିଏ ତ କହିବ
ଶଙ୍ଖା ସୁନ୍ଦର କି କାଚ ସୁନ୍ଦର
ଜାଣିଛୁ ଯଦି ତୁ କହରେ କାଳିଆ
ଜାଣିଛୁ ଯଦି ତୁ କହରେ କାଳିଆ
ଗୀତ ସୁନ୍ଦର କି ନାଚ ସୁନ୍ଦର
ରାଧା ସୁନ୍ଦର କି ମୀରା ସୁନ୍ଦର



ନାଉରିକୁ ଯଦି ପଚାରେ କିଏ ସେ
ନାଆ ସୁନ୍ଦର କି ନଈ
ବିଚରା ନାଉରି କି ଦବ ଉତ୍ତର
କିଛି ପାରେ ନାହିଁ କହି
ସେମିତି କାଳିଆ କାହିଁକି ଦେଲୁ ତୁ
ଦୁଇ ନାବେ ଦୁଇ ପାଦ
ଗୋଟେ ପଟେ ରାଧା ଗୋଟେ ପଟେ ମୀରା

ଚୋରେଇ ନେଲେ ତୋ ନିଦ
ଯାହାକୁ ପଚାର ସିଏ ତ କହିବ
ଯାହାକୁ ପଚାର ସିଏ ତ କହିବ
ଫୁଲ ସୁନ୍ଦର କି ବାସ ସୁନ୍ଦର
ଜାଣିଛୁ ଯଦି ତୁ କହରେ କାଳିଆ
ଜାଣିଛୁ ଯଦି ତୁ କହରେ କାଳିଆ
ପୂଜା ସୁନ୍ଦର କି ରାସ ସୁନ୍ଦର
ରାଧା ସୁନ୍ଦର କି ମୀରା ସୁନ୍ଦର



କଇଁ ଚାହିଁଥାଏ ଚାନ୍ଦ ଆସୁଥାଏ
ସବୁ ଦିନ ଉଇଁ ଉଇଁ
ଚାନ୍ଦକୁ ଅନେଇ ଖୁସି ହୁଏ କଇଁ
ନ ପାରୁ ପଛକେ ଛୁଇଁ
ସେଥି ପାଇଁ ବୋଧେ ରହିଲୁ କାଳିଆ
ମୀରାଠୁ ଦୁରେଇ ହୋଇ
ନିଜେ ତ କାନ୍ଦିଲୁ କି ସୁଖ ବା ଦେଲୁ
ରାଧାକୁ ପାଖରେ ପାଇ
ଯାହାକୁ ପଚାର ସିଏ ତ କହିବ

ଯାହାକୁ ପଚାର ସିଏ ତ କହିବ
ଦିନ ସୁନ୍ଦର କି ରାତି ସୁନ୍ଦର

ଜାଣିଛୁ ଯଦି ତୁ କହରେ କାଳିଆ
ଜାଣିଛୁ ଯଦି ତୁ କହରେ କାଳିଆ

ରାଣୀ ସୁନ୍ଦର କି ଦାସୀ ସୁନ୍ଦର
ରାଧା ସୁନ୍ଦର କି ମୀରା ସୁନ୍ଦର

ଯାହାକୁ ପଚାର ସିଏ ତ କହିବ

ଯାହାକୁ ପଚାର ସିଏ ତ କହିବ
ସୁନା ସୁନ୍ଦର କି ହୀରା ସୁନ୍ଦର
ଜାଣିଛୁ ଯଦି ତୁ କହରେ କାଳିଆ
ଜାଣିଛୁ ଯଦି ତୁ କହରେ କାଳିଆ
ରାଧା ସୁନ୍ଦର କି ମୀରା ସୁନ୍ଦର
ଗୀତ ସୁନ୍ଦର କି ନାଚ ସୁନ୍ଦର
ପୂଜା ସୁନ୍ଦର କି ରାସ ସୁନ୍ଦର
ରାଣୀ ସୁନ୍ଦର କି ଦାସୀ ସୁନ୍ଦର

Jahaku Pachara Sie Ta Kahiba Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00