Table of Contents
Your Astrology Guru Lyrics
ଝିଅଟିର ନାଁ ଗୀତା
Mahabharatare Janami Thila Se Your Astrology Guru Lyrics In Odia Language
ଝିଅଟିର ନାଁ ଗୀତା
ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଲଳିତା ଲବଙ୍ଗ ଲତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା
ଅନ୍ଧ ଅର୍ଜୁନର ନୟନ ଜ୍ୟୋତି ସେ
ବେଦମତି ପୁଣ୍ୟବତୀ
ଅଙ୍ଗେ ଅଙ୍ଗେ ଯାର ଅମୃତ ଜୁଆର
ଦେବତା ତେତିଶ କୋଟି
ହେ ଅନ୍ଧ ଅର୍ଜୁନର ନୟନ ଜ୍ୟୋତି ସେ
ବେଦମତି ପୁଣ୍ୟବତୀ
ଅଙ୍ଗେ ଅଙ୍ଗେ ଯାର ଅମୃତ ଜୁଆର
ଦେବତା ତେତିଶ କୋଟି
ବିଷାଦରୁ ନିଏ ମୋକ୍ଷ ପଥକୁ
ବିଷାଦରୁ ନିଏ ମୋକ୍ଷ ପଥକୁ
ହୋଇ ସେ ଜଗତ ହିତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା
ବିଷାଦରୁ ମୋକ୍ଷ ଅଠର ଅଧ୍ୟାୟ
ଅଠର ବୟସି ବାଳା
ସଂସାରୀ ଲୋକର ଜ୍ଞାନର ଭଣ୍ଡାର
ମୁନି ଜନ ଗଳା ମାଳା
ବିଷାଦରୁ ମୋକ୍ଷ ଅଠର ଅଧ୍ୟାୟ
ଅଠର ବୟସି ବାଳା
ସଂସାରୀ ଲୋକର ଜ୍ଞାନର ଭଣ୍ଡାର
ମୁନି ଜନ ଗଳା ମାଳା
ବୁଝିବା ଲୋକକୁ ତା ଭାବ ମଧୁର
ବୁଝିବା ଲୋକକୁ ତା ଭାବ ମଧୁର
ଅବୁଝା ଲୋକକୁ ପିତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା
ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ମହାଭାରତରେ ଜନମି ଥିଲା ସେ
ଝିଅଟିର ନାଁ ଗୀତା
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଭଗବାନ କୃଷ୍ଣ ମାନସ ନନ୍ଦିନୀ
ଲଳିତା ଲବଙ୍ଗ ଲତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା
ଝିଅଟିର ନାଁ ଗୀତା
ହାଏରେ ଝିଅଟିର ନାଁ ଗୀତା
Mahabharatare Janami Thila Se Your Astrology Guru Lyrics In Odia Language
Thank You