Table of Contents
Your Astrology Guru Lyrics
Mana Tate Deideli Your Astrology Guru Lyrics In Odia Language
ହେ ହେ ହୋ ହୋ ହୁଁ ହୁଁ ଲା ଲା
ପୁଅ
ମନ ତତେ ଦେଇ ଦେଲି ଦବାର ଥିଲା
ଜୀବନବି ତତେ ଦେବି କଥା ରହିଲା
ଝିଅ
ମନ ତତେ ଦେଇ ଦେଲି ଦବାର ଥିଲା
ଜୀବନବି ତତେ ଦେବି କଥା ରହିଲା
ପୁଅ
କଥା କାଲି ଯାହା ଥିଲା ତ ଅକୁହା
ଆଜି ତତେ କହିଲି ଖୋଲି
ତତେ……..
ତତେ ଭଲ ପାଉଚି ବୋଲି
ତତେ……..
ତତେ ଭଲ ପାଉଚି ବୋଲି
ପୁଅ
ତତେ ଭଲ ପାଉ ପାଉ ଋତୁ ଗଲା ବଦଳି
ଝିଅ
ଡାଳ ଥିଲା ଖାଲି ଖାଲି ଫୁଲ ଗଲା ବଉଳି
ପୁଅ
ହେ ହେ ହେ ହେ ଆହା ହା ହା ହା
ଫୁଲ ପରି ଲାଗେ ମତେ ପ୍ରିୟା ତୋର ଚେହେରା
ଝିଅ
ଚାଲୁ ଚାଲୁ ତୋ ସାଥିରେ ବାଟ ଲାଗେ ନିଆରା
ପୁଅ
ସେ ବାଟରେ ଚାଲି ଗଲି ଯିବାର ଥିଲା
ଛାଡିବିନି ହାତ ତୋର ରାଣ ରହିଲା
ଝିଅ
ତୋ ରାଣ ସାଥିରେ ମୋ ରାଣ ପକେଇ
ଆଜି ଏତେ ଭରସା କଲି
ତତେ…..
ତତେ ଭଲ ପାଉଚି ବୋଲି
ପୁଅ
ତତେ…..
ତତେ ଭଲ ପାଉଚି ବୋଲି
ଝିଅ
ମୋ ଜୀବନେ ଗଲା ଆଜି ମହୁ ମେଘ ବରଷି
ପୁଅ
ସେଇ ମହୁ ମୋ ଓଠରେ କିଏ ଦେଲା ପରସି
ଝିଅ
ହାଁ ମୋ ଓଠରୁ ଆଜି କାହିଁ ହସ ଜମା ସରୁନି
ପୁଅ
ତୋ ପାଖରୁ ସାଥି ମୋର ମନ ଆଉ ଫେରୁନି
ଝିଅ
ସାଥି ତୋର ହେଇଗଲି ହବାର ଥିଲା
ସାଥିରେ ଜିଇଁବି ତୋର ଲେଖା ରହିଲା
ପୁଅ
ଲେଖି ଦେଇ ତୋର ନାଁ ମୋ ଛାତିରେ
ଦୁନିଆକୁ ଯାଇଚି ଭୁଲି
ତତେ…..
ତତେ ଭଲ ପାଉଚି ବୋଲି
ପୁଅ-ଓ-ଝିଅ
ତତେ…..
ତତେ ଭଲ ପାଉଚି ବୋଲି
Mana Tate Deideli Your Astrology Guru Lyrics In Odia Font
Thank You