Loading...

299 Big Street, Govindpur, India

Open daily 10:00 AM to 10:00 PM

Mate Ta Neichhi Kini Your Astrology Guru Lyrics In Odia Language

Your Astrology Guru Lyrics

ମତେ ତ ନେଇଛି କିଣି ଜଣେ ବିଦେଶିନୀ

Mate Ta Neichhi Kini Your Astrology Guru Lyrics In Odia Language

ପୁଅ
ମତେ ତ ନେଇଛି କିଣି ଜଣେ ବିଦେଶିନୀ
ମତେ ତ ନେଇଛି କିଣି ଜଣେ ବିଦେଶିନୀ
ତା ବଦଳେ ଦିନେ ହେଲେ କିଛି ତ ମାଗିନି
ଝିଅ
କେତେ ପାଖେ ତୁମେ ମୋର ପାରିଚି ତ ଜାଣି
କେତେ ପାଖେ ତୁମେ ମୋର ପାରିଚି ତ ଜାଣି
ମୋ ରାଣ କହିବ ନାହିଁ ଆଉ ବିଦେଶିନୀ
ପୁଅ
ମତେ ତ ନେଇଛି କିଣି ଜଣେ ବିଦେଶିନୀ



ପୁଅ
ଦରିଆ ସେପାରି ପରେ ଏପାରିକୁ ଆସି
ଏ ପାଣି ପବନେ ତୁମେ ଯାଇଚ ତ ମିଶି
ହାଏ ଦୁନିଆକୁ କହିପାରେ ଆଜି ମୁହଁ ଖୋଲି
ସମାଜଠୁ ଚିରଦିନ ପ୍ରେମ ବଡ ବୋଲି
ଏତେ ସହଜରେ ତୁମେ ମନ ନେଲ ଜିଣି
ଏତେ ସହଜରେ ତୁମେ ମନ ନେଲ ଜିଣି
ତା ବଦଳେ ଦିନେ ହେଲେ କିଛି ତ ମାଗନି
ମତେ ତ ନେଇଛି କିଣି ଜଣେ ବିଦେଶିନୀ



ଝିଅ
ଏତେ ଦିନେ ବୁଝିଲି ମୁ ଏଇ ବଡ କଥା
ବନ୍ଧୁ ନୁହେଁ ସ୍ୱାମୀ ସେ ଯେ ମୋହରି ଦେବତା
ତୁମ ଘରେ ଶିଖିଲି ମୁ ମମତାର ମାନେ
ତୁମ କୋଳ ତୁମ ବାହୁ ସରଗ ମୋ ଜାଣେ
ସେ ସରଗ ଠାରୁ ଦୂରେ ରହି ପାରିବିନି
ସେ ସରଗ ଠାରୁ ଦୂରେ ରହି ପାରିବିନି
ଆଉ ଦିନେ କହିବନି ମତେ ବିଦେଶିନୀ
ପୁଅ
ଓ..ମତେ ତ ନେଇଛି କିଣି ଜଣେ ବିଦେ..ସୁହାସିନୀ
ମତେ ତ ନେଇଛି କିଣି ଜଣେ ସୁହାସିନୀ

Mate Ta Neichhi Kini Jane Bidesini Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00