Loading...

299 Big Street, Govindpur, India

Open daily 10:00 AM to 10:00 PM

Tu Sindura Naiba Agaru Your Astrology Guru Lyrics In Odia Font

Kumar Bapi

Your Astrology Guru Lyrics

ତୁ ସିନ୍ଦୁର ନାଇବା ଆଗରୁ ପ୍ରିୟା ମୋର
ଅଭିର ମୁଠାଏ ନିଜ ହାତେ ଆଣି

Tu Sindura Naiba Agaru Your Astrology Guru Lyrics In Odia Language

ତୁ ସିନ୍ଦୁର ନାଇବା ଆଗରୁ ପ୍ରିୟା ମୋର
ଅଭିର ମୁଠାଏ ନିଜ ହାତେ ଆଣି
ମୋ ମୁହଁରେ ବୋଳି ଦବୁ
ମୋ ମୁହଁରେ ବୋଳି ଦବୁ
ତୁ ଅଳତା ନାଇବା ଆଗରୁ ପ୍ରିୟା ମୋର
ଆଞ୍ଜୁଳାଏ ଫୁଲ ନିଜ ହାତେ ଆଣି
ମୋ ଦେହରେ ବିଞ୍ଚିଦବୁ
ମୋ ଦେହରେ ବିଞ୍ଚିଦବୁ
ଜଦି ଜୀବନରେ ହୋ ଜଦି ଜୀବନରେ
ମତେ ସତରେ ଭଲ ପାଇଥିବୁ
ଆଇନାରେ ମୁହଁ ଦେଖିବା ଆଗରୁ
ମତେ ଆସି ଦେଖିଯିବୁ
ମତେ ଆସି ଦେଖିଯିବୁ



ମୁଁ ଥିଲି ଏକୁଟିଆ ମୋ ବାଟରେ
ତୁ କାହିଁ ବାନ୍ଧିଲୁ ମତେ ତୋ ପ୍ରେମରେ
ହୋ ମୁଁ ଥିଲି ଏକୁଟିଆ ମୋ ବାଟରେ
ତୁ କାହିଁ ବାନ୍ଧିଲୁ ମତେ ତୋ ପ୍ରେମରେ
ଘରଟିଏ ଗଢିଥିଲୁ ନିଜ ହାତରେ
ଆଜି ପୁଣି ଭାଙ୍ଗିଦେଲୁ କାହା କଥାରେ
ତୁ ଓଢଣା ଟାଣିବା ଆଗରୁ ପ୍ରିୟା ମୋର
ଧଳା ଲୁଗା ଖଣ୍ଡେ ନିଜ ହାତେ ଆଣି
ମୋ ଦେହରେ ଢାଙ୍କି ଦବୁ
ମୋ ଦେହରେ ଢାଙ୍କି ଦବୁ



ସତ ହେଲା ତୋ ସପନ
ମିଛ ହେଲା ପ୍ରେମ
ତୋ ଜୀବନ କାହାଣୀରୁ
କାଟିଲୁ ମୋ ନାମ
ହୋ ସତ ହେଲା ତୋ ସପନ
ମିଛ ହେଲା ପ୍ରେମ
ତୋ ଜୀବନ କାହାଣୀରୁ
କାଟିଲୁ ମୋ ନାମ
ହଜିଗଲା ସବୁ ଆଶା ଲିଭିଗଲା ଚିହ୍ନ
ନିଆଁ ନାହିଁ ପୋଡ଼ିଗଲା ମନ ମଧୁବନ
ତୁ ସବାରୀ ଚଢିବା ଆଗରୁ ପ୍ରିୟା ମୋର
କାଠ ଦି ଖଣ୍ଡ ନିଜ ହାତେ ଆଣି
ମୋ ଯୁଇରେ ଫିଙ୍ଗି ଦବୁ
ମୋ ଯୁଇରେ ଫିଙ୍ଗି ଦବୁ

ତୁ ସିନ୍ଦୁର ନାଇବା ଆଗରୁ ପ୍ରିୟା ମୋର
ଆଞ୍ଜୁଳାଏ ଫୁଲ ନିଜ ହାତେ ଆଣି
ମୋ ଦେହରେ ବିଞ୍ଚିଦବୁ
ମୋ ଦେହରେ ବିଞ୍ଚିଦବୁ
ଜଦି ଜୀବନରେ ହୋ ଜଦି ଜୀବନରେ
ମତେ ସତରେ ଭଲ ପାଇଥିବୁ
ଆଇନାରେ ମୁହଁ ଦେଖିବା ଆଗରୁ
ମତେ ଆସି ଦେଖିଯିବୁ
ମତେ ଆସି ଦେଖିଯିବୁ
ମତେ ଆସି ଦେଖିଯିବୁ
ମତେ ଆସି ଦେଖିଯିବୁ
ମତେ ଆସି ଦେଖିଯିବୁ
ମତେ ଆସି ଦେଖିଯିବୁ


Tu Sindura Naiba Agaru Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00